ନୂଆ ଜୀବନ ପାଇଲା ନବଜାତକ : ୨୫ ଦିନର ଶିଶୁ କରୋନାରେ ଆକ୍ରାନ୍ତ ହେବା ପରେ କଳାହାଣ୍ଡିରୁ ଅଣାଯାଇଥିଲା ଭୁବନେଶ୍ୱର

307

କନକ ବ୍ୟୁରୋ : କରୋନାକୁ ମାତ୍ ଦେଲେ ନବଜାତକ । କରୋନାରେ ସଂକ୍ରମିତ ହେବା ପରେ ୨୫ଦିନିଆ ଶିଶୁଟିକୁ କଳାହାଣ୍ଡିରୁ ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତି କରାଯିବା ପରେ ଆଇସୋଲେସନ ଆଇସିୟୁରେ ଭେଂଟିଲେଟରରେ ରଖାଯାଇଥିଲା । ପ୍ରଥମେ ୧୦ଦିନ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା । ଏପରିକି ଶିଶୁଟିକୁ ରେମଡିସିଭିର, ଷ୍ଟେରଏଡ ଓ ବିଭିନ୍ନ ଆଂଟିବାୟୋଟିକ ଦିଆଯାଇ ଚିକିତ୍ସା କରାଯାଇଥିଲା ।

ଡାକ୍ତରଖାନାରେ ୩ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛି । ଏବେ ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । କରୋନାକୁ ନେଇ ବିଭିନ୍ନ ଦୁଃଖଦ ଖବର ଆସୁଥିବା ବେଳେ ନବ ଜାତକଟି କରୋନାକୁ ମାତ୍ ଦେବା ଭଳି ଏକ ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଶିଶୁଟିର ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଏହି ନବଜାତକଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଳାହାଣ୍ଡିରୁ ଭୁବନେଶ୍ୱରକୁୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।