ଓଡିଶାରେ ଗୋଟିଏ ଦିନରେ ୧୫ କରୋନା ଆକ୍ରାନ୍ତ । ସୂର୍ଯ୍ୟନଗରର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ । ରାଜ୍ୟରେ ୨୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

2,713

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ବଡ ଖବର । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦ । ଆଜି ଗୋଟିଏ ଦିନରେ ୧୫ଟି ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ସୂର୍ଯ୍ୟନଗର ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ । ପ୍ରଦୀପ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଭଡାରେ ରହୁଥିବା ବ୍ୟକ୍ତି ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା ।

ସେପଟେ ସନ୍ଧ୍ୟାରେ ବମିଖାଲ ଅଞ୍ଚଳର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମଧ୍ୟାହ୍ନରେ କଟକରେ ଜଣେ ପଜିଟିଭ ଚିହ୍ନ ହୋଇଥିବା ବେଳେ ପୁରୀ ଏବଂ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବରୁ ଭଦ୍ରକରେ ଜଣେ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।