କୂଅ ଭିତରେ ପଡ଼ି ପାଣିରେ ଭାସୁଥିଲେ ୧୫ ନାଗସାପ ଛୁଆ : ଉଦ୍ଧାର କଲେ ସ୍ନେକ୍ ହେଲପଲାଇନ୍ ଟିମ୍

208

କନକ ବ୍ୟୁରୋ : ଲାଞ୍ଜିପଲ୍ଲୀ ଗଣେଶ ନଗରସ୍ଥିତ ଏକ କୂଅରୁ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରାଯାଇଛି । ପ୍ରଶାନ୍ତ କୁମାର ଦାସଙ୍କ ଘର ବଗିଚା କୂଅରୁ ସ୍ନେକ୍‌ ହେଲ୍‌ପଲାଇନ୍‌ ସଭ୍ୟମାନେ ନାଗ ଛୁଆଙ୍କୁ ଉଦ୍ଧାର କରିଛନ୍ତି। ପ୍ରଶାନ୍ତଙ୍କ ପତ୍ନୀ ପ୍ରତିଦିନ ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା କରନ୍ତି । ଆଜି ସେ ବଗିଚାକୁ ଯିବା ସମୟରେ କୂଅରେ କିଛି ଭାସୁଥିବା ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ ସେ ସ୍ନେକ୍‌ ହେଲ୍‌ପଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ । ହେଲ୍‌ପଲାଇନ୍‌ ସଦସ୍ୟ ସ୍ୱାଧୀନ ସାହୁ, ସନ୍ଦୀପ ସେଠୀ ଏବଂ ଶ୍ରୀକାନ୍ତ ନାହାକ ସେଠାରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ୧୫ଟି ନାଗ ସାପ ଛୁଆକୁ ଉଦ୍ଧାର କରିଥିଲେ ।