ଆଜି ଜନ୍ମାଷ୍ଟମୀ : ମଧ୍ୟରାତ୍ରିରେ ଜନ୍ମନେବେ ଭଗବାନ କୃଷ୍ଣ, ଉପବାସ ସହ ପ୍ରଭୁଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ; ହେଲେ, କରୋନା କଟକଣା ଯୋଗୁଁ ବିନା ଭକ୍ତରେ ପାଳନ ହେବ ଜନ୍ମୋତ୍ସବ
କନକ ବ୍ୟୁରୋ : ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ଚଳିତ ବର୍ଷର କରୋନା କଟକଣା ଯୋଗୁଁ ଏହି ଉତ୍ସବ ବିନା ଭକ୍ତରେ ବିଭିନ୍ନ ସ୍ଥାନରେ ପାଳନ ହେବ । ସାଧାରଣ ଲୋକ ଏହାକୁ ଆଜି ପାଳୁଥିବାବେଳେ କୃଷ୍ଣ ଜନ୍ମସ୍ଥାନ ମଥୁରା, ବୃନ୍ଦାବନ ଆଦି ସ୍ଥାନରେ ଏହା କାଲି ପାଳନ ହେବ ।