କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରୁ ଗତକାଲି ୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ୧ତାରିଖରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏଁ କୋରାପୁଟ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏ ନେଇ ନିର୍ଦେଶାବଳୀ ଜଣାଇ ଦିଆଯିବ ବୋଲି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି । ଏହାଛଡ଼ା ସପ୍ତାହାନ୍ତ ସଟଡାଉନ୍ ନେଇ ବି ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ମହାମାରୀ ଜିଲ୍ଲା ସାରା ମାଡି ଚାଲିଥିଲା ବେଳେ ଗତକାଲି ପୁଣି ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୭ ରେ ପହଞ୍ଚିଛି। ଉଦବେଗର ବିଷୟ, କୋରାପୁଟ ସହରରୁ ସବୁଠାରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ଏହା ଜିଲ୍ଲା ସଦର ମହକୁମା ହୋଇଥିବାରୁ ଏଠାରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହୁଛି। ଏପଟେ ପୁଲିସ ଓ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଆକ୍ରାନ୍ତ ହେବା ପରେ ସମସ୍ୟା ବଢୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/covid_EPS11113.jpg)