ବ୍ୟାଟେରୀ ଟ୍ରକରୁ ଜବତ ହେଲା ୧୪୮କେଜି ଗଞ୍ଜେଇ । ବିହାରକୁ ଚୋରା ଚାଲାଣ ବେଳେ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ ।

148 kg ganja seized from battery truck

147

କନକ ବ୍ୟୁରୋ: ବ୍ୟାଟେରୀ ଟ୍ରକରୁ ଜବତ ହେଲା ଗଞ୍ଜେଇ । ଭୁବନେଶ୍ୱରରୁ ଧରାହେଲା ୧୪୮କେଜି ଗଞ୍ଜେଇ ଭର୍ତ୍ତି ହୋଇଥିବା ଟ୍ରକ୍ । ବିହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ୍ ହାତରେ ଧରାପଡ଼ିଛି । କ୍ରାଇମବ୍ରାଞ୍ଚ ଏସଟିଏଫ ଟ୍ରକ ସହ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି ।

ଏସଟିଏଫର ସୂଚନା ଅନୁସାରେ ଟ୍ରକରେ ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବ୍ୟାଟେରୀ ଆଣି, ବିହାର ଯାଉଥିଲା । ବ୍ରହ୍ମପୁର ନିକଟରେ ଟ୍ରକରେ ଗଞ୍ଜେଇ ଲୋଡ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଟ୍ରେନରେ ଯିବା ସହ ଫୋନରେ ଅପରେଟ କରୁଥିଲା । ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଯାଇଛି । ଗଞ୍ଜେଇ ଚୋରାଚାଲାଣ କରୁଥିବା ଉତ୍ତରପ୍ରଦେଶର ମହେନ୍ଦ୍ର ପଲ, ସନି କୁମାର ଓ ବିହାରର ଅରୁଣ ମହାତୋଙ୍କୁ ଗିରଫ କରିଛି ଏସଟିଏଫ ।