ପ୍ରଥମ ଇଂନିସରେ ଦିଲ୍ଲୀ କଲା ୧୪୮ ରନ୍ । ରିଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୪୮ । 

94

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଛି । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ ିହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ ଲଳିତ ଯାଦବ ଏବଂ ଟମ୍ କରନ ମଧ୍ୟ ଅଳ୍ପ କିଛିି ରନ କରିଥିଲେ । ବିପକ୍ଷରୁ ଦ୍ରୁତ ବୋଲର ଜୟଦେବ ଉନାଦକତ ୩ଟି ସଫଳତା ପାଇଥିବାବେଳେ ମୁସ୍ତାଫିଜୁର ରେହମାନ ୨ଟି ସଫଳତା ପାଇଥିଲେ ।

ଆଜି ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଓ ଶିଖର କିନ୍ତୁ ସଅଳ ଆଉଟ୍ ହୋଇଯାଇଥିଲେ । ଏହାପରେ ରାହାଣେ ଓ ଷ୍ଟୋଇନିସ୍ ମଧ୍ୟ ନିଜ ୱିକେଟ୍ ହରାଇଥିଲେ ।  ଏହାପରେ ଶେଷ ଆଡକୁ ଟମ୍ କରନ ଓ ଲଳିତ ଯାଦବଙ୍କ ଇଂନିସ ବଳରେ ଦିଲ୍ଲୀ ୨୦ ଓଭରରେ ୧୪୮ ରନ କରିପାରିଛି ।