କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଛି । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଏକମାତ୍ର ବ୍ୟାଟ୍ସମ୍ୟାନ ିହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ ଲଳିତ ଯାଦବ ଏବଂ ଟମ୍ କରନ ମଧ୍ୟ ଅଳ୍ପ କିଛିି ରନ କରିଥିଲେ । ବିପକ୍ଷରୁ ଦ୍ରୁତ ବୋଲର ଜୟଦେବ ଉନାଦକତ ୩ଟି ସଫଳତା ପାଇଥିବାବେଳେ ମୁସ୍ତାଫିଜୁର ରେହମାନ ୨ଟି ସଫଳତା ପାଇଥିଲେ ।
ଆଜି ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଓ ଶିଖର କିନ୍ତୁ ସଅଳ ଆଉଟ୍ ହୋଇଯାଇଥିଲେ । ଏହାପରେ ରାହାଣେ ଓ ଷ୍ଟୋଇନିସ୍ ମଧ୍ୟ ନିଜ ୱିକେଟ୍ ହରାଇଥିଲେ । ଏହାପରେ ଶେଷ ଆଡକୁ ଟମ୍ କରନ ଓ ଲଳିତ ଯାଦବଙ୍କ ଇଂନିସ ବଳରେ ଦିଲ୍ଲୀ ୨୦ ଓଭରରେ ୧୪୮ ରନ କରିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/11111111.jpg)