କନକ ବ୍ୟୁରୋ: ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ତାଙ୍କ କହିବା ମୁତାବକ, ଓଡିଶାରେ ମୋଟ ୪ଟି ପର୍ଯ୍ୟାୟରେ ଭୋଟ୍ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ପଡିବ । ନିର୍ବାଚନକୁ ସୁରୁଖୁରରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହିତ ୨୧ ଜଣ ରିଟର୍ଣ୍ଣିଂ ଅଫିସର , ୧୩୧ ଜଣ ରିଟର୍ଣ୍ଣିଂ ଅଫିସର (ବିଧାନସଭା) ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।/kanak/media/post_attachments/wp-content/uploads/2024/03/11111-2.jpg)
ରାଜ୍ୟରେ ୩.୩୪ କୋଟି ଭୋଟର
ଓଡିଶାରେ ଏବେ ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ ଜଣ ଭୋଟର ରହିଛନ୍ତି । ସେମାନଙ୍କ ଭିତରୁ ୧ କୋଟି ୬୯ ଲକ୍ଷ ପୁରୁଷ ଭୋଟର ହେଇଥିବାବେଳେ, ୧ କୋଟି ୬୫ ଲକ୍ଷ ହେଉଛନ୍ତି ମହିଳା ଭୋଟର । ସେହିପରି ରାଜ୍ୟରେ ୩୪୩୮ ତୃତୀୟ ଲିଙ୍ଗୀ ଭୋଟର ଓ ପାଖାପାଖି ୮ ଲକ୍ଷ ୧୮ରୁ ୧୯ ବର୍ଷ ବୟସ୍କ ଭୋଟର ରହିଛନ୍ତି । ଏଥିସହ ରାଜ୍ୟରେ ୩୦ ହଜାର ୬୫୩ ମତଦାନ ସ୍ଥାନରେ ୩୭ ହଜାର ୮୦୯ ମତଦାନ କେନ୍ଦ୍ର ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/55.jpg)