ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୪୪୮ ଆକ୍ରାନ୍ତ

Advertisment
ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୪୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୧୩୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୬୧ ଜଣ, କଟକ ଜିଲ୍ଲାରୁ ୧୦୭ ଜଣ, ବରଗଡ଼ ଜିଲ୍ଲାରୁ ୯୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୦ ଜଣ, ନୂଆପଡ଼ା ଜିଲ୍ଲାରୁ ୬୮ ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୮ ଜଣ, ପୁରୀ ଜିଲ୍ଲାରୁ ୫୭ ଜଣ ଓ ଅନୁଗୁଳ ଜିଲ୍ଲାରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରୁ ୪୩ ଜଣ, ଯାଜପୁର ଜିଲ୍ଲାରୁ ୪୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯ ଜଣ, ମାଲକାନଗିରି, ନବରଂଗପୁର ଜିଲ୍ଲାରୁ ୨୮ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଳାରୁ ୨୩ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨ ଜଣ, ଗଂଜାମ ଜିଲ୍ଲାରୁ ୧୯ ଜଣ, କୋରାପୁଟ ଜିଲ୍ଲାରୁ ୧୭ ଜଣ, କନ୍ଧମାଳ, ନୟାଗଡ଼ ଜିଲ୍ଲାରୁ ୧୨ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୭ ଜଣ, ଗଜପତି ଜିଲ୍ଲାରୁ ୬ ଜଣ, ଦେବଗଡ଼ ଜିଲ୍ଲାରୁ ୫ ଜଣ ଓ ରାଜ୍ୟପୁଲରୁ ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe