ନବରଙ୍ଗପୁର ଜିଲ୍ଲାର ୨ ସହରରେ ଲାଗୁ ହେଲା କଟକଣା: ନବରଙ୍ଗପୁର ଓ ଉମରକୋଟରେ କଟକଣା; ଔଷଧ, ରାସନ ସାମଗ୍ରୀ ପରି ଅତ୍ୟାବଶ୍ୟକ ସାମଗ୍ରୀ କଟକଣାରୁ ବାଦ୍

473

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ୍ ସହରରେ ଲାଗିଲା କଟକଣା । କରୋନା ମୁକାବିଲା ପାଇଁ ନବରଙ୍ଗପୁର ଓ ଉମରକୋଟ୍ ଦୁଇ ସହରକୁ ବନ୍ଦ ଘୋଷଣା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ଜାରି କରିଛି ନିର୍ଦ୍ଦେଶନାମା । ଆଜି ଠାରୁ ୨୯ ମାର୍ଚ ଯାଏଁ ଏହି କଟକଣା ଲାଗୁ ରହିବ ବୋଲି ପ୍ରଶାସନ କହିଛି । କେବଳ ଅତ୍ୟାବଶ୍ୟକ ସେବା, ଔଷଧ ଦୋକାନ, କ୍ଷୀର ଦୋକାନ , ପେଟ୍ରୋଲ ପମ୍ପ ଏହି କଟକଣାରୁ ବାଦ୍ ପଡିଛି । ଗାଡି ମୋଟର ଚଳାଚଳ କରିବ ବୋଲି କୁହାଯାଇଛି ।

ଅନ୍ୟପଟେ, ଗଞ୍ଜାମ ଜିଲ୍ଲାରେ ଲକ ଡ଼ାଉନ ଚାଲିଥିବା ବେଳେ ଜିଲ୍ଲାକୁ ଫେରିଛନ୍ତି ଶହ ଶହ ଦାଦନ ଶ୍ରମିକ । ରାଜ୍ୟରେ ତାଲାବନ୍ଦ ନିଷ୍ପତି ଲାଗୁ ହେବା ପରେ ଏମାନେ ଟ୍ରେନ୍ ଯୋଗେ ପହଁଚି ଅଟକି ରହିଥିଲେ ରେଳ ଷ୍ଟେସନରେ । ଜିଲ୍ଲା ପ୍ରଶାସନ ଏହି ସମସ୍ତ ଦାଦନ ଶ୍ରମିକଙ୍କର ପ୍ରାରମ୍ଭିକ ଯାଂଚ କରାଇଛି । ସମସ୍ତ ଦାଦନ ଶ୍ରମିକ କେଉଁଠାକୁ ଯାଇଥିଲେ, କେଉଁଠାକୁ ଫେରୁଛନ୍ତି ସେ ନେଇ ମଧ୍ୟ ତଥ୍ୟ ରଖିଛି ପ୍ରଶାସନ । ଆଗାମୀ ସମୟରେ ଏହି ପଂଜିକରଣ ହୋଇଥିବା ଦାଦନ ଶ୍ରମିକଙ୍କୁ ୧୫ ଦିନ ପର୍ଯ୍ୟନ୍ତ କଡ଼ା ନଜରରେ ରଖାଯିବ ବୋଲି କୁହାଯାଇଛି ।