କନକ ବ୍ୟୁରୋ : ସାରା ଦେଶରେ କରୋନା ବ୍ୟାପିବାରେ ଲାଗିଛି । ତେବେ କରୋନା ଭୂତାଣୁକୁ ରୋକିବାକୁ ସରକାର ପୂରା ଦମରେ ଲାଗିଛନ୍ତି । ସାରା ଦେଶରେ କରୋନାକୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚେଷ୍ଟା ଜାରି ରଖିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ କରୋନା ଲାଗି ଦିଲ୍ଲୀରେ ୧୪୪ ଧାରା ଜାରି । ଦେଶର ରାଜଧାନୀ ଦିଲ୍ଲୀରେ ୧୪୪ ଜାରି କଲା ଦିଲ୍ଲୀ ପୋଲିସ ।
ଭୂତାଣୁକୁ ବ୍ୟାପିବାକୁ ରୋକିବା ଲାଗି ଏପରି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଯେପରି ଭାବରେ କରୋନାକୁ କାବୁ କରାଯିବ ସେନେଇ ସରକାରୀ ସ୍ତରରେ ଘନଘନ ବୈଠକ ହେବା ସହ ଲୋକଙ୍କୁ ବି ସଚେତନ କରାଯାଉଛି । କିପରି ଭାବରେ ଭୂତାଣୁ ନବ୍ୟାପିବ ସେନେଇ ସରକାର ବିଭିନ୍ନ ପ୍ରକାର ପ୍ରତିଶୋଧମୂଳକ ପଦତେକ୍ଷ ନେଉଛନ୍ତି । ଆଉ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସ ପୂରା ରାଜଧାନୀରେ ୧୪୪ ଧାରା ଜାରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/35-1.jpg)