କନକ ବ୍ୟୁରୋ: ଅଧରାତିରେ ବଡଦାଣ୍ଡରେ ଲାଗିଲା ୧୪୪ ଧାରା । ରାତି ୨ଟାରେ ବଡଦାଣ୍ଡରେ ଲାଗୁହେଲା କଟକଣା । ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ଚାରିପାଖେ ୧୪୪ ଜାରି । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ ୧୪୪ ଧାରା ଲାଗୁ । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ ବଳବତ୍ତର ରହିବ ୧୪୪ ଧାରା । ନାଗାର୍ଜୁନ ବେଶ ଓଲାଗି ଶେଷ ହେବା ପରେ ପତିତପାବନ ଦର୍ଶନ କରିପାରିବେ ଭକ୍ତ ।
ସେପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଅତିରିକ୍ତ ଏସପି, ୭ ଡିଏସପି, ୨୫୦ ହୋମଗାର୍ଡ, ୭୭ ଏସଆଇ ଓ ୧୯ ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/40-5.jpg)