ନାଇଟ୍ କର୍ଫ୍ୟୁ ପୂର୍ବରୁ ଲାଗୁହେଲା ୧୪୪ ଧାରା । ଆଜି ରାତିରୁ ଟ୍ୱିନସିଟିରେ ୧୪୪ ଧାରା ଲାଗୁନେଇ ସୂଚନା

418

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବାଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ ।  ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି ।
କହିରଖୁ କି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହନ୍ତ ଲକଡାଉନ୍ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡାକଡି କରିବା ଲକ୍ଷ୍ୟରେ ଆଜି ରାତି ୯ ଟା ଠାରୁ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ବୋଲି କୁହାଯାଇଛି ।

  • ଜାଣନ୍ତୁ ଏହି ସମୟରେ କିଏ ଓ କେମିତି ଯାତାୟତ କରିପାରିବେ:
  • ସମସ୍ତ ଡାକ୍ତରୀ, ଚିକିତ୍ସା ସେବା ସଂସ୍ଥାର କର୍ମଚାରୀ (ସରକାରୀ ଓ ବେସରକାରୀ) ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।
  •  ଔଷଧ ଗଚ୍ଛିତ କେନ୍ଦ୍ର ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବାଣିଜ୍ୟ ଅନୁମତି ପତ୍ର ଦେଖାଇ ଯାଇପାରିବେ ।
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ଜିଲ୍ଲା ଓ ପୌର କର୍ମଚାରୀ (ଯେଉଁମାନେ ଜରୁରୀକାଳୀନ କର୍ତ୍ତବ୍ୟରେ ଯାଉଥିବେ) ସେମାନେ ପରିଚୟ ପତ୍ର ବା ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ପାରିତ ପାସ୍ ଦେଖାଇ ଯାଇପାରିବେ ।
  • ଗଣମାଧ୍ୟମ ପ୍ରତିନିଧି ଓ ଟେଲିକମ୍ କର୍ମଚାରୀମାନେ ସେମାନଙ୍କ କମ୍ପାନୀ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ଦେଖାଇ ଯାଇପାରିବେ ।
  • ତୈଳ ଗଚ୍ଛିତ କେନ୍ଦ୍ର ଓ ସିଏନଜି ଗ୍ୟାସ୍ ବିତରକ କର୍ମଚାରୀମାନେ ପରିଚୟ ପତ୍ର ବା ସଂସ୍ଥା ଦ୍ୱାରା ପ୍ରଦତ୍ତ ପାସ ଦେଖାଇ ଯାଇପାରିବେ   ।
  • ସାମ୍ବାଦିକ ମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ ।
  • ପାନୀୟ ଜଳ ଯୋଗାଣ, ସଫେଇ ସଂସ୍ଥା ଓ ପରିମଳ ସଂସ୍ଥାର କର୍ମଚାରୀ ମାନେ ପରିଚୟ ପତ୍ର କିମ୍ବା ପ୍ରାଧିକାର ଅର୍ପଣ ପତ୍ର ଦେଖାଇ ଯାତାୟତ କରିପାରିବେ ।
  • ବିଦ୍ୟୁତ୍ ବିତରକ ସଂସ୍ଥାର କର୍ମଚାରୀ ମାନେ ବି ପରିଚୟ ପତ୍ର କିମ୍ବା ପ୍ରାଧିକାର ଅର୍ପଣ ପତ୍ର ଦେଖାଇ ଯାତାୟତ କରିପାରିବେ ।
  • ଶିଳ୍ପ ସଂସ୍ଥା/କାରଖାନା/ ନିର୍ମାଣ କାର୍ଯ୍ୟ ସଂସ୍ଥା ଓ ତାହାର କର୍ମଚାରୀ ମାନେ ପରିଚୟ ପତ୍ର କିମ୍ବା ପ୍ରାଧିକାର ଅର୍ପଣ ପତ୍ର ଦେଖାଇ ଯାତାୟତ କରିପାରିବେ ।
  • ଶିଳ୍ପ ସେବା/ ପ୍ରଯୁକ୍ତି ବିଦ୍ୟା/ପ୍ରୟୋଗ ବିଜ୍ଞାନ ପ୍ରଦାନକାରୀ ସଂସ୍ଥା ଓ ହୋଟେଲ କିମ୍ବା ଆତିଥ୍ୟ ପ୍ରଦାନକାରୀ ସଂସ୍ଥା ର କର୍ମଚାରୀମାନେ ପରିଚୟ ପତ୍ର କିମ୍ବା ପ୍ରାଧିକାର ଅର୍ପଣ ପତ୍ର ଦେଖାଇ ଯାତାୟତ କରିପାରିବେ ।
  • ଜନସାଧାରଣ ପରିବହନ/ ବ୍ୟକ୍ତିଗତ କିମ୍ବା ବେସରକାରୀ ପରିବହନ ତଥା ଟାକସି, ଓଲ୍ଲା ଉବେର ତଥା ଯାତ୍ରୀଙ୍କର ବିମାନ ବନ୍ଦର, ରେଳ ଷ୍ଟେସନ,ବସ ଷ୍ଟାଣ୍ଡକୁ ଯିବା ଆସିବା କରିବା ନିମନ୍ତେ ଉପଯୁକ୍ତ ପ୍ରମାଣ ପତ୍ର, ରେଲ, ବସ, ଉଡାଜାହାଜ ଟିକେଟ୍ କିମ୍ବା ବୋର୍ଡିଙ୍ଗ ପାସ ଦେଖାଇ ଯାଇପାରିବେ ।
  • ରୋଗୀ କିମ୍ବା ତାଙ୍କ ସଂପର୍କୀୟ ମାନଙ୍କ ଗତିବିଧି ଜରୁରୀକାଳୀନ ଗନ୍ତବ୍ୟ ଦୃଷ୍ଟିରୁ ବିଚାର କରାଯିବା ଉଚିତ