ଆଉ ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ: କ୍ୱାରେଂଟିନ ସେଣ୍ଟରରୁ ୧୩୨, ସ୍ଥାନୀୟ ଅଂଚଳରୁ ୧୧ ଜଣଙ୍କ ଦେହରେ ମିଳିଲା କରୋନା ଭୁତାଣୁ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩ଶହ ୮୮କୁ ବୃଦ୍ଧି

4,078

କନକ ବ୍ୟୁରୋ: ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୪୩ଜଣଙ୍କଠାରେ ଠାବ ହୋଇଛି କୋଭିଡ-୧୯ ଭୁତାଣୁ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ୨୩ ଶହ ୮୮କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ମଧ୍ୟରୁ ୧୩୨ ଜଣ କ୍ୱାରେଂଟିନ ସେଂଟରରେ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ଲୋକ ରହିଛନ୍ତି ।

ତେବେ ଆଶ୍ୱସ୍ତିକର ଖବର ହେଉଛି ଗୋଟିଏ ପଟେ ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଇଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । କରୋନା ମହାମାରୀକୁ ମାତ୍ ଦେଇ ରାଜ୍ୟରେ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥଙ୍କ ସଂଖ୍ୟା ୧୩୨୫ରେ ପହଂଚିଲା ।

ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼ରୁ ୩, ସୋନପୁରରୁ ୩ ସୁନ୍ଦରଗଡ଼ରୁ ୩, ଝାରସୁଗୁଡ଼ାରୁ ୩ ଏବଂ କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ସେହପରି ଗଞ୍ଜାମ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।