କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସ୍କୁଲରେ ପଡିଲା ତାଲା । ପାଠ ପଢିବାକୁ ଆସି ଫେରି ଯାଉଛନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରର ବିଭିନ୍ନ ବିଦ୍ୟାଳୟରେ ଏହିଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ବ୍ଲକରେ ୧୨୬ଟି ସ୍କୁଲ ବନ୍ଦ ରହିଥିବା ବେଳେ କାକଟପୁର ବ୍ଲକରେ ୧୪୧ ବିଦ୍ୟାଳୟ ପୁରା ଠପ୍ ହୋଇଯାଇଛି । ଏପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି । ବିଦ୍ୟାଳୟ ବନ୍ଦ ରଖିବା ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲାଙ୍କ ପାଠପଢା ବନ୍ଦ ରହୁଛି । ଏନେଇ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ମାନି ନେବାକୁ ଦାବି ହୋଇଛି ।

Advertisment