କନକ ବ୍ୟୁରୋ: ଡେନମାର୍କର ଫେରୋ ଦ୍ୱିପପୁଂଜରେ ଗୋଟିଏ ଦିନରେ ୧୪୦୦ରୁ ଅଧିକ ଧଳା ଡଲଫିନ୍ (ଶିଶୁମାର)ଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଅମାନବୀୟ ଘଟଣା ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି । କୌଣସି କାରଣ ନଥାଇ ୧୪୨୮ ଡଲଫିନଙ୍କୁ ହତ୍ୟା କରିବା ଓ ଏହାକୁ ନେଇ ସମ୍ପୃକ୍ତ ସାମୁଦ୍ରିକ ଅଂଚଳ ଲାଲ ପଡିବା ଘଟଣା ଅନ୍ତର୍ଜାତୀୟ ମହଲକୁ ବ୍ୟଥିତ କରିଛି । ଏହାକୁ ନେଇ ବିବାଦ ତେଜିଥିବାବେଳେ ଫେରୋ ଦ୍ୱିପପୁଂଜର ସ୍ୱୟଂଶାସିତ ସରକାର ତୀବ୍ର ପ୍ରତିବାଦର ଶିକାର ହୋଇଛନ୍ତି ।ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଗୋଟିଏ ଦିନରେ ସର୍ବାଧିକ ଶିଶୁମାର ଶିକାର ଘଟଣା ପ୍ରଥମ ଘଟଣା ।
ବର୍ତ୍ତମାନ ଚାରିଆଡେ ପ୍ରକୃତି କରାଳ ରୂପ ଦେଖାଉଥିବାବେଳେ ଜଳ ଭାଗରେ ଏପରି ମନୁଷ୍ୟ କୃତ କାର୍ଯ୍ୟ ବିପତ୍ତିକୁ ନିମନ୍ତ୍ରଣ କରୁଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ‘ସି ସେଫର୍ଡସ୍ ଗ୍ଲୋବାଲ’ ସିଇଓ ଆଲେକ୍ସ କର୍ଣ୍ଣେଲିସେନ୍ ।ପାଖାପାଖି ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥିବା ଏହି ଦ୍ୱିପାଂଚଳରେ ପାରମ୍ପରିକ ଭାବେ ପାଇଲଟ୍ ତିମି ଶିକାର କରାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/14-19.jpg)