କନକ ବ୍ୟୁରୋ : ସରକାରୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ଦେଇଛନ୍ତି । ଆଉ ଏଥିପାଇଁ ଗତ ୫ ବର୍ଷ ମଧ୍ୟରେ ରାଜକୋଷରୁ କୋଟି କୋଟି ଟଙ୍କା ଦିଆଯାଇଛି । ଗତ ୫ ବର୍ଷ ମଧ୍ୟରେ ବିଜ୍ଞାପନ ବାବଦକୁ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ଉତ୍ତର ଗୃହରେ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ୍ ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନରେ ଉତ୍ତର ଦେଇ ପ୍ରଦୀପ କହିଛନ୍ତି, ବିଭିନ୍ନ ସରକାରୀ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ୧୪୦ କୋଟି ୬୦ ଲକ୍ଷ ୬୯ ହଜାର ୧୫୯ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଏଥିମଧ୍ୟରୁ ପ୍ରିଣ୍ଟ ଗଣମାଧ୍ୟମ ଓ ଇଲେକ୍ଟ୍ରେନିକ ଗଣମାଧ୍ୟମ ବାବଦରେ ଯଥାକ୍ରମେ ୧୧୭ କୋଟି ୯ ଲକ୍ଷ ୧୭ ହଜାର ୩୬୮ ଟଙ୍କା ଏବଂ ୨୩ କୋଟି ୫୧ ଲକ୍ଷ ୫୧ ହଜାର ୭୯୧ ଟଙ୍କା ଖର୍ଚ୍ଚ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/10-7.jpg)