ପାହାଡ଼ ଓ ପ୍ରକୃତି କୋଳରେ ୧୮ ବର୍ଷ : ଗଂଜାମ ଜଗନ୍ନାଥ ପ୍ରସାଦ ଲକ୍ଷ୍ମୀ ନୃସିଂହ ଗୁମ୍ଫାରେ କୈଳାସ ଯୋଗୀ; ଭୂମି ଠାରୁ ୬ ଶହ ଫୁଟ ଉଚ୍ଚତାରେ କାଟୁଛନ୍ତି ଜୀବନ

ଈଶ୍ୱର ଆରାଧନାରେ ବୁଡ଼ି ରହି କରୁଛନ୍ତି ପରିବେଶର ସୁରକ୍ଷା

203

କନକ ବୁରୋ : ଏବେ ଏମିତି ଏକ ଖବର ଉପରେ ନଜର ପକାଇବା, ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିଦେବ । ଗୁମ୍ଫା ଭିତରେ ୧୮ ବର୍ଷ । ପ୍ରକୃତି ପ୍ରେମରେ ପଡି ଘର ଛାଡିଲେ, ଏବଂ ପାହାଡ ଉପରେ ଗୁମ୍ଫା ଭିତରେ ୧୮ ବର୍ଷ ହେଲା ସନ୍ୟାସୀ ଜୀବନ ବିତାଉଛନ୍ତି କୈଳାସ ଯୋଗୀ । ଭିକ୍ଷା ବୃତି କରି ପେଟ ପୋଷୁଥିବା ଏହି ବାବା, ଯୁବାବସ୍ଥାରୁ ଘର ଛାଡିଛନ୍ତି ।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ପଂଚାୟତରେ ଥିବା ଏକ ପାହାଡ ଉପରେ ରହୁଛନ୍ତି ପ୍ରକୃତି ପ୍ରେମୀ ବାବା । ଆଶ୍ଚଯ୍ୟର କଥା ହେଉଛି ଭୂମିଠାରୁ ୬ଶହ ଫୁଟ ଉପରେ ଥିବା ପାହାଡ ଉପରେ ଏହି ଗୁମ୍ଫାରେ ଯୁବାବସ୍ଥାରୁ ରହି ଆସୁଛନ୍ତି କୈଳାସ ଯୋଗୀ । ଲକ୍ଷ୍ମୀନୃସିଂହ ଗୁମ୍ଫାର ୭ଟି ଗୁମ୍ଫାକୁ ଗୋଟିଏକୁ ସଫା କରି କୈଳାସ ଏହି ଠାରେ ଆସ୍ଥାନ ଜମାଇଛନ୍ତି । ପ୍ରତିଦିନ ଆବଶ୍ୟକତା ପାଇଁ ପାଣି ଓ ଭିକ୍ଷା ସଂଗ୍ରହ କରିବାକୁ ବାବା ୬ ଫୁଟ ତଳକୁ ଆସିଥାନ୍ତି ।

ଗୁମ୍ଫା ଭିତରେ ରହି ଇଶ୍ୱର ଉପାସନା କରିବା ସହ ଜଙ୍ଗଲ ସୃଷ୍ଟି କରୁଛନ୍ତି କୈଳାସ ଯୋଗୀ । ଏହି ୧୮ ବର୍ଷର ସୈନ୍ୟାସୀ ଜୀବନ ଭିତରେ ୨ ହଜାରରୁ ଅଧିକ ବିଭିନ୍ନ କିସମର ଗଛ ଲଗେଇ ସାରିଛନ୍ତି ବାବା । ଆମ୍ବ, ପଣସ, ସପେଟା, ଲେମ୍ବୁ ଭଳି ଗଛ ଲଗାଇ ବିରାଟ ସବୁଜିମା ସୃଷ୍ଟି କରିଛନ୍ତି । ଇଶ୍ୱର ଆରାଧନା ଭିତରେ ବାବାଙ୍କର ଏହି ପ୍ରକୃତି ପ୍ରେମ ସମସ୍ତଙ୍କୁ ଆକୃଷ୍ଟ କରିଛି ।