ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ! ପୁରୀ ରେଳଷ୍ଟେସନର ଆଧୁନିକୀକରଣ ପାଇଁ ୧୪ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟ୍ରେନର ଗତିପଥରେ କରାଗଲା ପରିବର୍ତ୍ତନ

Advertisment
ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ ! ପୁରୀ ରେଳଷ୍ଟେସନର ଆଧୁନିକୀକରଣ ପାଇଁ ୧୪ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟ୍ରେନର ଗତିପଥରେ କରାଗଲା ପରିବର୍ତ୍ତନ

source : India TV

କନକ ବ୍ୟୁରୋ : ପୁରୀ ରେଳଷ୍ଟେସନର ଆଧୁନିକୀକରଣ ପାଇଁ ପୂର୍ବତଟ ରେଳପଥର ଖୋର୍ଧା ଡିଭିଜନରେ ଯାତାୟାତ କରୁଥିବା ଟ୍ରେନଗୁଡିକରେ କିଛିଟା ପରିବର୍ତନ ହୋଇଛି। ସେପ୍ଟେମ୍ବର ୧୪ରୁ ୨୪ ତାରିଖ ମଧ୍ୟରେ ୧୪ଟି ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ୮ଟିର ଗତିପଥରେ ପରିବର୍ତନ କରାଯାଇଛି। ଯାତ୍ରୀମାନେ ଏହି ୧୧ ଦିନ ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି। ବାତିଲ୍ ହୋଇଥିବା ଟ୍ରେନଗୁଡିକ ମଧ୍ୟରେ ସପ୍ତାହକୁ ଦୁଇଥର ଯାତାୟାତ କରୁଥିବା ପୁରୀ-ହାଓ୍ଵାଡା-ପୁରୀ ଏକ୍ସପ୍ରେସ୍, ପୁରୀ-ଯଶବନ୍ତପୁର-ପୁରୀ ଗରିବ ରଥ, ପୁରୀ-ଚେନ୍ନାଇ କେନ୍ଦ୍ରୀୟ(ଏମ୍ଏଏସ୍)-ପୁରୀ ଏକ୍ସପ୍ରେସ୍, ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍, ପୁରୀ-ହାଓ୍ଵଡା-ପୁରୀ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍, ଲୋକମାନ୍ୟ ତିଲକ-ପୁରୀ-ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍, ସିଆଲଦା-ପୁରୀ-ସିଆଲଦା ଦୁରନ୍ତ ଏକ୍ସପ୍ରେସ୍, ପୁରୀ-ହାଓ୍ଵଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍, ଭଞ୍ଜନଗର-ପୁରୀ-ଭଞ୍ଜନଗର ସ୍ୱତନ୍ତ୍ର ଟ୍ରେନ୍, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, ଖୋର୍ଧାରୋଡ-ପୁରୀ-ଖୋର୍ଧାରୋଡ ପାସେଞ୍ଜର, ଖୋର୍ଧାରୋଡ-ନୟାଗଡ଼ ଟାଉନ୍-ଖୋର୍ଧାରୋଡ ପାସେଞ୍ଜର ଟ୍ରେନ୍ ବାତିଲ୍ ହୋଇଛି।

publive-imageଗତିପଥ ପରିବର୍ତନ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ହାଓ୍ଵଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ଓ ହାଓ୍ଵଡା-ପୁରୀ ଏକ୍ସପ୍ରେସ୍ ଭୁବନେଶ୍ୱର ପର‌୍ୟ୍ୟନ୍ତ ଚାଲିବ। ପୁରୀକୁ ଯିବ ନାହିଁ। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଖୋର୍ଧାରୋଡ ପର‌୍ୟ୍ୟନ୍ତ ଚାଲିବ। ସେହିପରି ତିରୁପତି-ପୁରୀ ଏକ୍ସପ୍ରେସ୍ ଖୋର୍ଧାରେଡ୍ ପର୍ଯ୍ୟନ୍ତ ଆସିବାକୁ ଥିବା ବେଳେ ହାଓ୍ଵଡା-ପୁରୀ ପାସେଞ୍ଜର ଟ୍ରେନ୍ ଖୋର୍ଧାରୋଡ୍ ପର୍ଯ୍ୟନ୍ତ, ତାଳଚେର-ପୁରୀ ପାସେଞ୍ଜର ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ। ଗୁଣୁପୁର-ପୁରୀ ପାସେଞ୍ଜର ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପୁରୀ-ଗୁଣୁପୁର ପାସେଞ୍ଜର ପୁରୀ ବଦଳରେ ପଲାସାରୁ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe