ରାଜ୍ୟରେ ଏମିତି କାୟା ମେଲାଉଛି କରୋନା  । ୧୪ ଦିନରେ ୧୪ ହଜାର ପାର କଲାଣି ନୂଆ ସଂକ୍ରମିତଙ୍କ ସଂଖ୍ୟା ।

110

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ଗ୍ରାଫ ବଢିବା ସଙ୍ଗେସଙ୍ଗେ ମାତ୍ର ୧୪ ଦିନରେ ୧୪ ହଜାର ଉପରକୁ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ଏପ୍ରିଲ ୧ ତାରିଖରେ ୩୯୪ ଜଣ, ୨ ତାରିଖରେ ୪୬୧ଜଣ, ୩ ତାରିଖରେ ୪୫୨ଜଣ, ୪ ତାରିଖରେ ୪୭୧ ଜଣ, ୫ ତାରିଖରେ ୫୭୩ ଜଣ, ୬ ତାରିଖରେ ୫୮୮ ଜଣ, ୭ ତାରିଖରେ ୭୯୧ ଜଣ, ୮ ତାରିଖରେ ୮୭୯ ଜଣ, ୯ ତାରିଖରେ ୧୨୮୨ଜଣ, ୧୦ ତାରିଖରେ ୧୩୭୪ଜଣ, ୧୧ ତାରିଖରେ ୧୩୭୯ଜଣ, ୧୨ ତାରିଖରେ ୧୭୪୧ଜଣ, ୧୩ ତାରିଖରେ ୧୭୮୪ଜଣ ଓ ଆଜି ଅର୍ଥାତ ୧୪ ତାରିଖରେ ୨୨୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଉ ଏହି ସବୁ ସଂଖ୍ୟାକୁ ମିଶାଇଲେ ୧୪ ଦିନ ଭିତରେ ସର୍ବମୋଟ ୧୪,୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମଙ୍ଗଳବାର ଦିନ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ କୋଭିଡ୍ ସଂଖ୍ୟା ରାଜ୍ୟରେ ବଢୁଛି । ରାପିଡ ଗ୍ରୋଥ ହୋଇଛି, ମାତ୍ର ବ୍ୟସ୍ତ ହେବାର କିଛି ନାହିଁ । ଗତ ଥର ଯେଉଁ ପଜିଟିଭ ସଂଖ୍ୟା ୬ ମାସରେ ବଢିଥିଲା ତାହା ଏଥର ୬ ସପ୍ତାହରେ ବଢିଛି ।

ମାତ୍ର ଆମେ ଟେଷ୍ଟି ଟ୍ରାକିଂ ଏବଂ ଟ୍ରେସିଂ ଉପରେ ଗୁରୁତ୍ୱ ଦେଉଛୁ । ପ୍ରତି ବ୍ଲକରେ ଆରଆରଟି କରାଯାଉଛି । କଣ୍ଟେନମେଣ୍ଟ ଜୋନରେ ମଧ୍ୟ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଷ୍ଟ୍ରେନ୍ ପାଇଁ ସଂଖ୍ୟା ବଢୁଛି ତାହା ସ୍ପଷ୍ଟ ହୋଇନାହିଁ । ଓଡିଶାରେ ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ଲୋକ ହୋମ୍ ଆଇସୋଲେସନରେ ରହିପାରିବା ଭଳି ସ୍ଥିତିରେ ଅଛନ୍ତି ।