ଆତଙ୍କ ସୃଷ୍ଟି କରୁଛି ନିପାହ ଭାଇରସ ! ସତର୍କ ରୁହନ୍ତୁ, କେରଳରେ ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା ।

Advertisment
ନିପା ଭୂତାଣୁର ଭୟବହତାକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ଆଗତୁରା ପଦକ୍ଷେପ ! ଭୁବନେଶ୍ୱର ଏମ୍‌ସରେ ଖୋଲିଲା ସ୍ୱତନ୍ତ୍ର ଓ୍ଵାର୍ଡ

image courtesy-http://advocator.ca

ଆତଙ୍କ ସୃଷ୍ଟି କରିଥିବା ନିପା ଭୂତାଣୁ ଯୋଗୁଁ ଆଜି ଉତ୍ତର କେରଳରେ ପୁଣି ଏକ ଜୀବନ ଯାଇଛି । ନିପା ସଂକ୍ରମଣ ଯୋଗୁଁ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି । ଗତ ସପ୍ତାହରେ କୋଝିକୋଡ୍ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ୬୨ ବର୍ଷୀୟା କଲ୍ୟାଣି ଆମ୍ମାଙ୍କର ଆଜି ମୃତ୍ୟୁ ହୋଇଯାଇଛି । ୩ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ୨୧ ଜଣ ଆକ୍ରାନ୍ତଙ୍କୁ ଏବେ ଚିକିତ୍ସାରେ ରଖାଯାଇଛି ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣାଯାଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୂର୍ବରୁ ବାଦୁଡ଼ି ଦ୍ୱାରା ନିପା ଭୂତାଣୁ ସଂକ୍ରମଣ ହେଉଥିବା କୁହାଯାଉଥିଲେ ମଧ୍ୟ ଏବେ ବାଦୁଡ଼ି ନିପା ଭୂତାଣୁର ଉତ୍ସ ନୁହେଁ ବୋଲି କୁହାଯାଉଛି । ଅନ୍ୟପକ୍ଷେ ଆଜି ବିହାର ଏବଂ ସିକିମରେ ନିପା ପାଇଁ ଯଥେଷ୍ଟ ସତର୍କ ରହିବାପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ବିହାର ଏବଂ ସିକିମ୍ ସରକାର ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରି ପଶୁପକ୍ଷୀଙ୍କ ଦ୍ୱାରା ଖଣ୍ଡିଆ ହୋଇଥିବା ଖାଦ୍ୟ ନଖାଇବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ କେରଳ ଯାତ୍ରା କରିଥିବା ଲୋକଙ୍କୁ ଜ୍ୱର ହେଉଥିଲେ ତୁରନ୍ତ ଚିକିତ୍ସା ପାଇଁ କୁହାଯାଇଛି । ସାଧାରଣତଃ ମସ୍ତିଷ୍କକୁ ଆକ୍ରାନ୍ତ କରୁଥିବା ନିପାର ଚିକିତ୍ସାପାଇଁ କୌଣସି ପ୍ରକାର ଔଷଧ କିମ୍ବା ପ୍ରତିଷେଧକ ନାହିଁ । ସେହିପରି ପୁଡ଼ୁଚେରି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଚଣ୍ଡିଗଡ଼ରେ ମଧ୍ୟ ନିପା ଭୂତାଣୁ ଜନିତ ସଚେତନତା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଅନ୍ୟପକ୍ଷରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜ ନାଗରିକଙ୍କୁ କେରଳ ଗସ୍ତ ଉପରେ କଟକଣା ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe