କନକ ବ୍ୟୁରୋ : ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇ ପଡିଛି । ଭୟଙ୍କର ବନ୍ୟା ଯୋଗୁ ୧୪ ଜଣଙ୍କ ଜୀବନ ଯାଇଛି । ଏଥିରେ ୨୬ ଜଣ ଆହତ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୨ ଜଣ ଯବାନଙ୍କ ସମେତ ୧୦୨ ନିଖୋଜ ଅଛନ୍ତି ।

Advertisment

ବାଦଳଫଟା ବର୍ଷା ଯୋଗୁଁ ୨୩ ଜଣ ଯବାନ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସିକ୍କିମ୍ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟ ଯବାନ ଓ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ମୁତୟନ କରାଯାଇଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପେମ୍ ସିଂହ ତମାଙ୍ଗଙ୍କ ସହ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।