କନକ ବ୍ୟୁରୋ : ଉଦ୍ଧାର ପାଇଁ ନିବେଦନ କଲେ ବିଦେଶରେ ଫସିଥିବା ଓଡ଼ିଆ ଶ୍ରମିକ । ସାଉଥ ଆଫ୍ରିକାର ଗାବନରେ ନିର୍ଯାତିତ ଶ୍ରମିକ ଭିଡ଼ିଓ ବାର୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ପରିବାର ପୋଷଣ ପାଇଁ ସାଉଥ ଆଫ୍ରିକା ଯାଇଥିବା ୧୪ ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି । କେନ୍ଦ୍ରାପଡା ରାଜକନିକା ବ୍ଳକର ଜୟନଗର, କୋଇଲିପୁର ଓ ତୈଲକ୍ୟପୁର ଗ୍ରାମପଂଚାୟତର ୧୪ ଶ୍ରମିକ ସାଉଥ ଆଫ୍ରିକାର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ବେଳେ ଖାଇବା ପିିଇବାକୁ ମିଳୁନଥିବା କହିଛନ୍ତି । ତା ସହିତ ୪ ମାସ ହେଲା କମ୍ପାନୀ ସେମାନଙ୍କୁ ଦରମା ଦେଉନାହିଁ । ସେମାନଙ୍କୁ ମାଡ ମରାଯିବା ସହିତ ପାସପୋର୍ଟ ଭିସା ଦେଉନଥିବାରୁ ପ୍ରତିଦିନ ପୁଲିସ ସେମାନଙ୍କୁୁ ଉଠାଇ ନେଇ ନିର୍ଯାତନା ଦେଉଛି । ଶ୍ରମିକ ମାନେ ଭୋକ ଉପାସରେ ରହିବା ସହ ସେମାନଙ୍କୁ ଓøଷଧ ଟିକେ ବି ମିଳୁନି । ଦିନକୁ ଦିନ ଶ୍ରମିକଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବେଳେ ଉଦ୍ଧାର କରିବାକୁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି । ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତ ଫସିରହିଥିବା ଶ୍ରମିକ ।