ଯାହାଜରେ କରୋନା ଆକ୍ରାନ୍ତ । ପାରାଦୀପ ବନ୍ଦରରେ ଏକ ଯାହାଜରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

117

କନକ ବ୍ୟୁରୋ: ଯାହାଜରେ କରୋନା ଆକ୍ରାନ୍ତ । ପାରାଦୀପ ବନ୍ଦରରେ ଏକ ଯାହାଜରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଂଚିଛି ଏହି ଯାହାଜ । ଏହି ଯାହାଜରେ ୨୪ ଜଣ ଥିବାବେଳେ ୧୪ ଜଣଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ସମସ୍ତ ୨୪ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା ।

ତେବେ ୧୪ ଜଣଙ୍କ ନମୁନା ପଜିଟିଭ ଚିହ୍ନଟ ହେବାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ପାରାଦୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଜଟିକୁ ପରାଦୀପ ବନ୍ଦର ପକ୍ଷରୁ ସଂପୂର୍ଣ୍ଣ ସାନିଟାଇଜ କରାଯିବା ପରେ ବନ୍ଦରର କାର୍ଗୋ ଟର୍ମିନାଲକୁ ପଠାଇ ଦିଆଯାଇଛି ।