ରାଜ୍ୟର କରୋନା ମିଟର : ୨୪ ଘଣ୍ଟାରେ ଗଲା ୧୪ ଜଣଙ୍କ ଜୀବନ 

194

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଆଜି ତଳକୁ ଖସିଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି କେନ୍ଦୁଝରରୁ ୨ ଜଣ ଓ ରାୟଗଡାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୦୬୮ରେ ପହଞ୍ଚିଲା ।

ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ସୁନ୍ଦରଗଡ଼ରୁ ୭୫୩, ଅନୁଗୁଳରେ ୫୨୫ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରୁ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭ ଏବଂ ଷ୍ଟେଟ ପୁଲରୁ ୨୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।