ମହାରାଷ୍ଟ୍ର ଗଡଚିରୋଲିରେ ବଡ ନକ୍ସଲ ବିରୋଧି ଅପରେସନ୍ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୧୪ ମାଓବାଦୀ । ଗୁଇନ୍ଦା ସୂଚନା ମିଳିବା ପରେ ଗଡଚିରୋଲିର କସନପୁର ଅଂଚଳରେ ଆଜି ଦିନ ୧୧ଟା ବେଳେ ସି-୬୦ କମାଣ୍ଡୋଙ୍କ ସହ ମହାରାଷ୍ଟ୍ର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଚଳାଇଥିଲା । କସନପୁର ତାଡଗାଓଁରେ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ ।
ତେବେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଲାଗି ରହିଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ଅନେକ ସିନିଅର କମାଣ୍ଡର ଥିବା ଜଣାପଡିଛି । ଗତ ୩-୪ ବର୍ଷ ଭିତରେ ଗଡଚିରୋଲିରେ ଏହା ହେଉଛି ସବୁଠାରୁ ବଡ ନକ୍ସଲ ବିରୋଧି ଅପରେସନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Indian-army-Jungle-warfare-Exercise-Traning-2.jpg)