ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି

55

କନକ ବ୍ୟୁରୋ : ପାରାଦୀପ-ଗଡ଼ ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୂର୍ବତନ କର୍ମଚାରୀ ଓ ମ୍ୟାନେଜରଙ୍କ ନାେଁରେ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୬ରୁ ୨୦୨୦ ଭିତରେ ୧୪ ଲକ୍ଷ ୮୬ ହଜାର ୭ଶହ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ୍ ମ୍ୟାନେଜର, ଦୁଇ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଜଣେ ଆକାଉଂଟ ଓ ଜଣେ ଅତିରକ୍ତି ମ୍ୟାନେଜରଙ୍କ ନାଁରେ ଏତଲା ଦେଇଛନ୍ତି । ଏହି ଏତଲା ପରେ ଘଟଣା ଛାନବିନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଆଇଆଇସି ।