କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ପୂରିଲା ୩ ବର୍ଷ । ତିନି ବର୍ଷ ତଳେ ଆଜିର ଦିନରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସିଆରପିଏଫର ଗାଡି ଉପରକୁ ଆକ୍ରମଣ କରିଥିଲା । ଶ୍ରୀନଗର-ଜମ୍ମୁ ନେସନାଲ ହାଇୱେରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଭାରତ ୪୦ ଜଣ ଯବାନ ସହିଦ ହୋଇଥିଲେ ।

Advertisment

ସଲାମ ସହିଦ୍
- ୨୦୧୯ ଫେବ୍ରୁଆରୀ ୧୪ ଅପରାହ୍ଣ ୩ଟା ୧୫ରେ ହୋଇଥିଲା ଆକ୍ରମଣ
- ସିଆରପିଏଫର ୨୫୦୦ ଯବାନ ୭୮ଟି ବସରେ ଜମ୍ମୁରୁ ଶ୍ରୀନଗର ଯାଉଥିଲେ
- ୩୦ରୁ ୪୦ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ
- ବିସ୍ଫୋରକ ଭର୍ତି ଏକ କାର ଯବାନଙ୍କ ଗାଡିକୁ ଧକ୍କା ଦେଇଥିଲା
- ଆତଙ୍କବାଦୀ ଆକ୍ରମଣ ପରେ ବିଗିଡ଼ିଥିଲା ଭାରତ-ପାକିସ୍ତାନ ସଂପର୍କ
- ଫେବ୍ରୁଆରୀ ୨୬ ତାରିଖରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତ
- ଜୈଶ-ଏ-ମହମ୍ମଦ କ୍ୟାମ୍ପ ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ୍
- ୨୦ ଫେବ୍ରୁଆରୀ ୨୦୧୯ରେ ଏନ୍ଆଇଏକୁ ତଦନ୍ତ ଭାର ଦିଆଯାଇଥିଲା
- ୨୦୨୦ ଅଗଷ୍ଟ ୨୦ ତାରିଖରେ ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଥିଲା
- ମାସୁଦ୍ ଅଜହରକୁ ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇଥିଲା ଏନ୍ଆଇଏ