୨୪ଘଣ୍ଟାରେ ୧୪ ମୃତ୍ୟୁ,ଲୁ ଓ ହିଟଷ୍ଟ୍ରୋକରେ ମୃତ୍ୟୁ ହେଉଥିବା ଆଶଙ୍କା!

658

କନକବ୍ୟୁରୋ: ଜଳୁଛି ଭାରତ, ଚାରିଆଡେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ୯ରାଜ୍ୟରେ ଉତ୍ତାପ ଅଧିକ ଥିବାବେଳେ ଶତାଧିକ ଲୋକଙ୍କ ଗ୍ରୀଷ୍ମ ପ୍ରବାହ ନେଇ ଜୀବନ ଗଲାଣି । ସେପଟେ ରେଡ ଆଲର୍ଟରେ ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ, ଜମ୍ମୁ, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ବିହାର ଓ ଝାଡଖଣ୍ଡ । ଅସହ୍ୟ ତାତି ଯୋଗୁଁ ଉତ୍ତରପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୭୦ରେ ପହଞ୍ଚିଥିବା ବେଳେ କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି।

ଗାଜିପୁର, ମିର୍ଜାପୁର ଏବଂ ଚାନ୍ଦୌଲି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଓ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବୁନ୍ଦେଲଖଣ୍ଡ ଓ କାନପୁର ଡିଭିଜନରେ ସ୍ଥିତି ଆହୁରି ଭୟଙ୍କର ରହିଛି, ଏଠାରେ ପାଖାପାଖି ୧୦୦ ଜଣ ପ୍ରାଣ ହରାଇଥିବାବେଳେ କାନପୁରରେ ସର୍ବାଧିକ ୨୬, ହମିରପୁରରେ ୧୯, ଚିତ୍ରକୁଟରେ ୧୪, ଫତେପୁରରେ ୧୩, ସେହିପରି ପ୍ରୟାଗରାଜରେ ୮, କୌଶାମ୍ବିରେ ୫, ପ୍ରତାପଗଡ଼ରେ ୨ ଜଣଙ୍କର ଗ୍ରୀଷ୍ମ ପ୍ରବାହ ନେଇ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ନୋଏଡାରେ ୧୪ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଗରମ ପ୍ରଭାବ ନେଇ ଚାରିଆଡେ ଜନଜୀବନ ଅସ୍ତବ୍ୟସ୍ତ । ଅତ୍ୟଧିକ ଗରମ ଯୋଗୁଁ ଏଭଳି ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।