୧୪ ଦିନ ବଢିଲା କେଜ୍ରିୱାଲ, କେ. କବିତାଙ୍କ ହାଜତ ଅବଧି: ୨୯ରେ ସୁପ୍ରିମକୋର୍ଟଙ୍କ ଶୁଶାଣି ଉପରେ ନଜର

136

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଭିତରେ ଆପକୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ନେତ୍ରୀ କେ. କବିତାଙ୍କ ହଜାତ ଅବଧି ବଢାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଓ ଇଡି କୋର୍ଟ । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଜେଲରେ ରହିବେ କଜ୍ରେିୱାଲ ଓ କବିତା । ତେବେ ମାମଲାର ପରବର୍ତ୍ତି ଶୁଣାଣି ମେ ୭ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ କେଜ୍ରିୱାଲ ଜେଲରୁ ବାହାରିବାର ସମ୍ଭାବନା କମ ରହିଛି ।

ମଦ ଦୁନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ । କିନ୍ତୁ ଏହି ଗିରଫଦାରିକୁ ବେଆଇନ ଦର୍ଶାଇ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ମାର୍ଚ୍ଚ ୨୯ ତାରିଖରେ ମାମଲାରେ ଶୁଣାଣି ହେବାର ଅଛି । ସେପଟେ ବିବାଦ ଭିତରେ କେଜ୍ରିୱାଲଙ୍କୁ ଇନସୁଲିନ ପ୍ରଦାନ କରିଛନ୍ତି ତିହାର ଜେଲ କତୃପକ୍ଷ । ମଧୁମେୟ ରୋଗ ସତ୍ୱେ ଜେଲରେ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯାଉନଥିବା ନେଇ ଆପ ଅଭିଯୋଗ ଆଣିଥିଲା । କେଜ୍ରିୱାଲଙ୍କ ରକ୍ତରେ ସୁଗାରର ମାତ୍ରା ୩୨୦ ଛୁଇଁବା ପରେ ତାଙ୍କୁ ଇନସୁଲିନ ପ୍ରଦାନ କରାଯାଇଛି । ଯାହାକୁ ନେଇ ଆପ ବିଜେପିକୁ ଘେରିଥିବା ବେଳେ କେଜ୍ରିୱାଲ ଡ୍ରାମା କରୁଥିବା କହିଛନ୍ତି ବିଜେପି ନେତା । ସେପଟେ କେଜ୍ରିୱାଲଙ୍କୁ ଜେଲରେ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିବା ଆପର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ତିିହାର ଜେଲ ଡିଜି ସଞ୍ଜୟ ବେନିୱାଲ କହିଛନ୍ତି ଘଟଣାକୁ ରାଜନୀତିକରଣ କରାଯାଉଛି ।

ଏହି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଏଥିସହ ମଦ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆପ୍ ଏବଂ କେ. କବିତା ୬୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି ।