ମେ’୫ରୁ ରାଜ୍ୟରେ ଲକଡାଉନ : ଜାରି ରହିବ ସ୍ୱାସ୍ଥ୍ୟ ଓ ଜରୁରୀ ସେବା; ଜାଣନ୍ତୁ କ’ଣ ଖୋଲା ରହିବ ?

249

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ । ରାଜ୍ୟରେ ଲକଡାଉନ ସମୟରେ କଣ ଖୋଲା ରହିବ ଜାଣନ୍ତୁ ।

ଲକଡାଉନ ସମୟରେ ଟିକାକରଣ ଜାରି ରହିବ । ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ । ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଆମ୍ବୁଲାନ୍ସ ଚଳାଚଳ କରିବ । ବ୍ୟାଙ୍କ ଓ ଏଟିଏମ ସେବା ଜାରି ରହିବ । ସେହିପରି ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ । ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ଅନୁମତି ମିଳିବ ।

ଲକଡାଉନରେ ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ । କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ ।ପରିବହନ ସେବା କଟକଣା ମୁକ୍ତ ହେବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ । ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ । ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ । ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି ।