ରାଜ୍ୟରେ ୧୪ ଦିନିଆ ଲକଡାଉନ : ଜାଣନ୍ତୁ ଏହି ସମୟରେ କ’ଣ ବନ୍ଦ ରହିବ ?

440

କନକ ବ୍ୟୁରୋ : ରାଜ୍ୟକୁ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି କଡା କଟକଣା ଲାଗୁ କରାଯାଇଛି । ଜାଣନ୍ତୁ ଲକଡାଉନ୍ ରେ କ’ଣ ରହିବ ବନ୍ଦ ?

ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା ଲାଗିଛି । ସେହିପରି ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ରଖାଯାଇଛି । ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ ରହିବ । ଏଥିରେ ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ । ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା ଲାଗିଛି । ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ ।  ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା । କୌଣସି ରେଷ୍ଟୁରାଂଟ, ଢାବାରେ ବସି ଖାଇ ପାରିବେନି । ସେହିପରି ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି ।