ଲକଡାଉନ ବେଳେ ହୋଇପାରିବ ବାହାଘର : ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିହେବ ବିବାହ କାର୍ଯ୍ୟ

501

କନକ ବ୍ୟୁରୋ : ରାଜ୍ୟରେ ଲାଗୁ ହେଲା ଲକଡାଉନ । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । କିନ୍ତୁ ଏହି ଲଡଡାଉନ ସମୟରେ ବିବାହ କାର୍ଯ୍ୟ ହୋଇପାରିବ । ପ୍ରଶାସନର କଟକଣା ନେଇ ବିବାହ କାର୍ଯ୍ୟ ହେବ । ସେହିପରି ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି । କୌଣସି ପରିସ୍ଥିତିରେ ୫୦ ଜଣରୁ ଅଧିକ ବାହାଘରରେ ଯୋଗ ଦେଇପାରିବେ ନାହିଁ । ୫୦ ଜଣିଆ କଟକଣାକୁ ପର୍ଯ୍ୟାୟ ପର୍ଯ୍ୟାୟରେ ୫୦ ଜଣ ଲେଖାଁଏ ଯୋଗ ଦେଉଥିବାରୁ ଏହା ଉପରେ ଶକ୍ତ ନିୟମ ଲଗାଇଛନ୍ତି ସରକାର । ପୁରୋହିତ, ଅତିଥି, କାଟରିଙ୍ଗ କର୍ମଚାରୀ, ଅତିଥି ଓ ଆୟୋଜକ ପରିବାରକୁ ମିଶାଇ ମୋଟ ୫୦ ଜଣ ଯୋଗ ଦେଇପାରିବେ ।

ଯଦି ଶୋଭାଯାତ୍ରା କରାଯିବ, ତେବେ ଗାଡି, ବ୍ୟାଣ୍ଡ ବାଜା, ଲାଇଟ୍, ମାଇକ୍ ଆଦିକୁ ଜବତ କରାଯିବ ବୋଲି ଚେତାବନି ଦିଆଯାଇଛି । ବିବାହ ଉତ୍ସବରେ ଯେଉଁମାନେ ଯୋଗ ଦେବେ ସେମାନେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବେ । ସେହିପରି ଯାନିଯାତ୍ରା, ଅପେରା, ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ହେଉଥିବା ଭୋଜିଭାତକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହୋଟେଲ, ରେଷ୍ଟ୍ରୁରାଂଟରେ ବସି କେହି ଖାଇପାରିବେ ନାହିଁ । ଉଠା ଦୋକନ ସାମନାରେ ମଧ୍ୟ କେହି ଖାଇ ପାରିବେ ନାହିଁ । ହେଲେ ଖାଦ୍ୟ ପାର୍ସଲ ନେଇ ଘରେ ଖାଇପାରିବେ ।