ରାଜ୍ୟର କରୋନା ମିଟର : ଗତ ୨୪ ଘଣ୍ଟାରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

140

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି ।

କୋରାପୁଟର ଦୁଇ ପୁରୁଷ, ଜଣେ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜଣେ ୫୨ବର୍ଷିୟ ପୁରୁଷ ଓ ଜଣେ ୭୪ ବର୍ଷୀୟା ମହିଳା ଅଛନ୍ତି। ରାୟଗଡ଼ା ଜିଲ୍ଲାରୁ ୨ଜଣ ୪୮ ଓ ୪୧ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ୭୮ବର୍ଷିୟ ପୁରୁଷ , କଳାହାଣ୍ଡି ୬୦ବର୍ଷିୟ ପୁରୁଷ, ନବରଙ୍ଗପୁର୪୫ ବର୍ଷିୟ ପୁରୁଷ ଓ ସମ୍ବଲପୁରରୁ ୩୦ବର୍ଷିୟ ପୁରୁଷ  କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି।