କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ତାଉ-ତେ’ ପ୍ରବାହ କାରଣରୁ ମୁମ୍ବାଇ ଠାରୁ ଆରବସାଗରର ପ୍ରାୟ ୬୫ କିଲୋମିଟର ଦୂର ଜଳରାଶିରେ ପଣ୍ୟବାହୀ ପୋତ ‘ପି-୩୦୫’ ଡୁବିଯିବାର ଦୁଇ ଦିନ ପରେ ୧୪ଜଣଙ୍କ ଶବ ଉଦ୍ଧାର କରାଯାଇ ମୁମ୍ବାଇ ଡର୍କୟାର୍ଡକୁ ଅଣାଯାଇଛି। ଏହି ଅଘଟଣରୁ ପ୍ରାୟ ୧୮୫ଜଣଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା। ‘ବମ୍ବେ ହାଇ’ ନିକଟ ହୀରା ପ୍ଲାଟଫର୍ମରେ ମୁତୟନ ହୋଇଥିବା ଏହି ପୋତଟି ତିନି ଦିନ ହେବ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କଥା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଥିଲେ।
‘ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡ୍’ର କମାଣ୍ଡର୍ ଅପରେସନ୍ ଏମକେ ଝା ମୃତ୍ୟୁସଂଖ୍ୟା କଥା ସୁନିଶ୍ଚିତ କରିବା ସହ କହିଛନ୍ତି ଯେ, ମୃତବ୍ୟକ୍ତିମାନଙ୍କର ପରିଚୟ ଚିହ୍ନଟ କରାଯାଉଛି। ସମସ୍ତ ମୃତ ବ୍ୟକ୍ତି ‘ପି-୩୦୫’ର କି, ନୁହେଁ, ତାହା ମଧ୍ୟ ନିର୍ଦ୍ଧାରଣ କରାଯାଇ ନାହିଁ।
‘ପି- ୩୦୫’ରେ ଥିବା କର୍ମଚାରୀଙ୍କ ମଧ୍ୟରୁ ସମୁଦାୟ ୮୯ଜଣଙ୍କର ପତ୍ତା ମିଳୁନାହିଁ ବୋଲି ବୁଧବାର ଦିନ ବିଶେଷ ସୂତ୍ରରୁ ସୂଚନା ମିଳିଛି। ‘ପି-୩୦୫’ରୁ ଉଦ୍ଧାର ହୋଇଥିବା ବାକି ୧୮୪ଜଣଙ୍କୁ ନେଇ ନୌସେନାର ଯୁଦ୍ଧପୋତ ‘ଆଇଏନଏସ୍ କୋଚି’ ଆଜି ମୁମ୍ବାଇରେ ପହଞ୍ଚିଛି। ଏବେ ମଧ୍ୟ ‘ପି-୮୧’ ହେଲିକପ୍ଟର୍ ଓ ତଲାସକାରୀ ହେଲିକପ୍ଟର୍ ସବୁ ସମୁଦ୍ର ଉପରେ ତଲାସ ଓ ଉଦ୍ଧାର ଅଭିଯାନ ଚଳାଇଥିବା କଥା ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/ship-750x430.jpeg)