କନକ ବ୍ୟୁରୋ : ପରିଣତ ବୟସରେ ସରକାରଙ୍କ ଦ୍ୱାରା ମିଳୁଥିବା ଆର୍ôଥକ ସହାୟତା ଏକ ମାତ୍ର ଭରସା ହୋଇଥିବା ବେଳେ ୮ ମାସ ହେଲା ବାର୍ଦ୍ଧକ୍ୟ ଭତା ମିଳିନାହିଁ । ଭତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧୂକାରୀ । ରାୟଗଡା କୋଲନରାବ୍ଳକର ଖେଡାପଡା ଏବଂ ଡୁମୁରିଗୁଡା ପଂଚାୟତର ହିତାଧିକାରୀ ପଂଚାୟତ ସ୍ତରୀୟ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଭତା ପାଇଁ ଦୌଡି ଦୌଡି ନୟାନ୍ତ ହେବା ପରେ ୧୪ ଜଣ ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ବୟସ୍କ ବ୍ୟକ୍ତିଙ୍କ ଗୁହାରି ଶୁଣିବା ପରେ ରାୟଗଡା ଜିଲ୍ଲାପାଳ ତତ୍ପରତା ପ୍ରକାଶ କରିଛନ୍ତି । ବିଡ଼ିଓ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । କର୍ମଚାରୀଙ୍କୁ ପଠାଇ ସମାଧାନ କରିବାକୁ କହିବା ସହ ବ୍ୟାଙ୍କ ଆକାଉଂଟରେ ଆଧାର ଲିଂକ ଯୋଗୁଁ ଏଭଳି ଘଟିଥିବା ବିଡିଓ କହିଛନ୍ତି ।