ଭିଜିଲାନ୍ସ ଖୋଲିଲା ପାଠକ ପେଡି । ଆକାଶଙ୍କ ଆକାଉଣ୍ଟରେ ଅଛି ୧୪.୭୭ କୋଟି, ଅନ୍ୟ ସୂତ୍ରରୁ ଆସିଛି ୫.୨୯ କୋଟି ଟଙ୍କା ।

375

କନକ ବ୍ୟୁରୋ : ଖୋଲୁଛି ପାଠକ ପେଡି । କୁବେର ବାପାର କୋଟିପତି ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପୋଥି ଖୋଲିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଯେଉଁ ସୂଚନା ଜାରି କରାଯାଇଛି ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୯ କୋଟି ନୁହେଁ ବରଂ ୧୪.୭୭ କୋଟି ଜମା ଥିଲା ବୋଲି ଭିଜିଲାନ୍ସ କହିଛି । ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ୯.୪୮ କୋଟି ଜମା ହୋଇଥିବା ବେଳେ ଅନ୍ୟ ସୂତ୍ରରୁ ଆକାଶଙ୍କ ଆକାଉଣ୍ଟକୁ ଆସିଛି ୫.୨୯ କୋଟି ।

ଅଭୟଙ୍କ ଲିଙ୍କ୍ ନେଇ ୭ଟି ସ୍ଥାନରେ ରେଡ କରିଛି ଏସଆଇଟି । ଏପରିକି ଅଭୟକାନ୍ତ କାମ କରିଥିବା ପୁରୁଣା ଅଫିସରେ ମଧ୍ୟ ଯାଞ୍ଚ କରାଯାଇଛି ।  ଆଉ ଏହି ରେଡ ସମୟରେ ଜବତ ହୋଇଥିବା ଫୋନ, ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀକୁ ଫରେନ୍ସିକ ଯାଞ୍ଚ ପାଇଁ ଦିଆଯାଇଛି । ଏହାପୂର୍ବରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଲୋକଙ୍କୁ ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗରେ ପାଠକ ବାପା-ପୁଅଙ୍କୁ ଗିରଫ କରିଛି ଭିଜିଲାନ୍ସ ।