ଆମ୍ବୁଲାନ୍ସର ଠିକଣା ପାଲଟିଛି କବାଡି ଖାନା: ରୋଗୀଙ୍କୁ ସେବା ଯୋଗାଇ ପାରୁନି ୧୦୮ ଆମ୍ବୁଲାନ୍ସ, ରାସ୍ତାକଡରେ ପଡିଛି ୧୪ଟି ଗାଡି

132

କନକ ବ୍ୟୁରୋ: ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ମିଳିତ ସହେଯାଗରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଓଡିଶାର ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗାଇ ଦିଆଯାଇଛି ୧୦୮ ଆମ୍ବୁଲାନ୍ସ ସେବା । ୧୦୮ ଆମ୍ବୁଲାନ୍ସ ସେବା ରୁ ବଂଚିତ ହୋଇଥିବା ରାଜ୍ୟର ଅନେକ ରୂପାନ୍ତ ଅଂଚଳରୁ ଅଭୀଯୋଗ ଆସେ । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ପୁରୀ ଭୁବନେଶ୍ୱର ଜାତୀୟ ରାଜ ପଥ କଡରୁ ଯାହା ବିଶ୍ୱାସ କରିହେବ ନାହିଁ । ଡାକ୍ତରଖାନା ବଦଳରେ କବାଡି ଖାନାରେ ପଡିଛି ୧୪ ଟି ୧୦୮ ଆମ୍ବୁଲାନ୍ସ ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଚିବା ପାଇଁ ଗରିବ ରୋଗୀଙ୍କ ନିମନ୍ତେ ଯୋଗାଇ ଦିଆଗଲା ୧୦୮ ଆମ୍ବୁଲାନ୍ସ ସେବା । କିନ୍ତୁ ଉପଯୁକ୍ତ ରକ୍ଷଣ ବେକ୍ଷଣ ଅଭାବରୁ ଏହା ଏବେ ଖତ ଖାଉଛି । କେଉଁଠି ଆମ୍ବୁଲାନ୍ସ ଉପରେ ଗଛଲତା ମାଡିଗଲାଣି ତ ଆଉ କେଉଁଠି ଆମ୍ବୁଲାନ୍ସ ଗୁଡିକୁ କବାଡିଆଙ୍କୁ ସରକାର ନିଲାମ କରି ଦେଉଛନ୍ତି । ପୁରୀ ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥ ପିପିଲି ନିକଟରେ ରାସ୍ତା କଡରେ ଏପରି ଗଦା ହୋଇଛି ୧୪ ଟି ୧୦୮ ଆମ୍ବୁଲାନ୍ସ । ଆଉ ଏହି ଆମ୍ବୁଲାନ୍ସର ଠିକଣା ପାଲଟିଛି କବାଡି ଖାନା ।

ଅନ୍ୟପଟେ ରୋଗୀଙ୍କୁ ବୋହିବା ପରିବର୍ତ୍ତେ ସରକାର ଏହି ଆମ୍ବୁଲାନ୍ସକୁ ସରକାର ନିଲାମ କରୁଥିବା ଶୁଣି ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ । ଜରୁରୀକାଳୀନ ସେବା ଯଦି ଅଧବାଟରେ ବାଟବଣା ହୋଇଯାଏ ତେବେ ଜନସାଧାରଣ ଏହାର ସୁଫଳ ପାଇବେ କିପରି ? ସ୍ୱାସ୍ଥ୍ୟ ବିଭାଗ , କଣ୍ଟ୍ରାକ୍ଟର,ସର୍ଭିସ ପ୍ରୋଭାଇଡର ମଧୁଚନ୍ଦ୍ରିକା ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।