ଆଜି ପୁଣି ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୮୮୯, ସ୍ଥାନୀୟ ଅଞ୍ଚଳରୁ ୪୯୫; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି

594

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି କରୋନାର କାୟା । ଗତ ୨୪ ଘଂଟାରେ ୧୩ ଶହ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧୬ରେ ପହଂଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୧୩୮୪ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନା ଯୋଗୁଁ ରାଜ୍ୟରେ ୨୪ ଘଂଟାରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଗଞ୍ଜାମରୁ ୬ , ପୁରୀ, ଖୋର୍ଦ୍ଧା ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ ହୋଇଥିବାବେଳେ ୨ଜଣ ମହିଳା ଅଛନ୍ତି । ସେହିପରି ମୃତକଙ୍କ ମଧ୍ୟରେ ୪୦ ରୁ ୫୦ ବର୍ଷ ଭିତରେ ୪ ଜଣ , ୫୦ ରୁ ୬୦ ବର୍ଷ ଭିତରେ ୪ଜଣ ରହିଛନ୍ତି ଓ ଜଣେ ୭୫ ବର୍ଷିୟ ବୃଦ୍ଧା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଳାରେ ସର୍ବାଧିକ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି ।