କନକ ବ୍ୟୁରୋ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବୋଲିଂ । ଆଜି ମ୍ୟାଚର ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି ସନରାଇଜର୍ସ ହାଇଦ୍ରାବାଦ । ତେବେ ପ୍ରଥମ ଇଂନିସରେ ଦିଲ୍ଲୀର ଦବଦବା ଦେଖିବାକୁ ମିଳିଛି । ଆଉ ଏହି ମ୍ୟାଚକୁ ଜିତିବାକୁ ହେଲେ ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ରହିଛି ୧୩୫ ରନ୍ ।
ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପାଇଁ ରିଦ୍ଧିମାନ ଶାହା ଓ ଡେଭିଡ୍ ୱାର୍ଣ୍ଣର ଓପନିଂ କରିବାକୁ ଓହ୍ଲାଇଥିଲେ । ହେଲେ ଦଳ ପ୍ରଥମରୁ ହିଁ ୱାର୍ଣ୍ଣରଙ୍କ ୱିକେଟ୍ ହରାଇଥିଲା । ଏହାପରେ କେନ୍ ଓ ଶାହ ପାର୍ଟନରସିପ୍ ଗଢୁଥିଲେ ମଧ୍ୟ ଏହାକୁ ଆଗକୁ ନେଇପାରିନଥିଲେ । ତେବେ ଏଙାପରେ ଲଗାତାର ହାଇଦ୍ରାବାଦର ବ୍ୟାଟ୍ସମ୍ୟାନମାନେ ପ୍ୟାଲିୟନ ମୁହାଁ ହୋଇଥିଲେ ।
ଦିଲ୍ଲୀର ଦମଦାର ବୋଲିଂ । ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ । ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫ । @IPL#DCvsSRH#KanakNewspic.twitter.com/yOaLIslcnP
— Kanak News (@kanak_news) September 22, 2021
ଶେଷ ଆଡକୁ ରସିଦ ଖାନ କିଛି ଦର୍ଶନୀୟ ସର୍ଟ ଖେଳିବାରୁ ଦଳର ସ୍କୋର ଆଗକୁ ବଢିଥିଲା । ସେହିପରି ଅବଦୁଲ ସାମଦ ମଧ୍ୟ କିଛି ଦର୍ଶନୀୟ ସଟ୍ ଖେଳିବା ସହିତ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ତେବେ ଦିଲ୍ଲୀ ବୋଲରମାନେ ଦମଦାର ବୋଲିଂ କରିଥିଲେ । ଦ୍ରୁତ ବୋଲର କାଗିସୋ ରାବାଡା ୩ଟି ସଫଳତା ପାଇଥିବାବେଳେ, ଅକ୍ଷର ପଟେଲ ଓ ନୋର୍ଟଜେ ୨ଟି ଲେଖାଏଁ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/ddddddd.jpg)