ରାଜ୍ୟରେ ୧୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ : ସଙ୍ଗରୋଧରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪କୁ ବୃଦ୍ଧି

162

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୭୯୮ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୫୯ଜଣ ସଂକ୍ରମିତ ଥିବାବେଳେ କଟକରୁ ୧୦୯ ଜଣ, ମୟୂରଭଂଜରୁ ୧୦୩ ଜଣ, ସୁନ୍ଦରଗଡ଼ରୁ ୯୧ଜଣ, ନୂଆପଡ଼ାରୁ ୮୮ଜଣ,ବଲାଙ୍ଗୀରରୁ ୭୭ଜଣ, ଗଂଜାମରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ ୨ ଲକ୍ଷ ୯୭ ହଜାର ୨୭୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ ଲକ୍ଷ ୮୨ ହଜାର ୭୩ଜଣ । ଏବେ ସୁଧା ଚିକିତ୍ସା ହେଉଛନ୍ତି ୧୩ ହଜାର ୭୭୦ଜଣ । ସେହିପରି ୨୪ ଘଂଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୪ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖା ୧୩ ଶହ ୭୮ଜଣ ।