ଘୋଷଣା ହେଲା ପଦ୍ମ ପୁରସ୍କାର । ୧୩୨ ଜଣ ପାଇବେ ପଦ୍ମ ସମ୍ମାନ । ୧୭ ଜଣଙ୍କୁ ପଦ୍ମ ଭୂଷଣ, ୧୧୦ ଜଣଙ୍କୁ ମିଳିବ ପଦ୍ମଶ୍ରୀ ଓ ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ଉପାଧି ।

293

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କ ପଦ୍ମଶ୍ରୀ ଉପାଧି ମିଳିବ ।

ତେବେ ପଦ୍ମଶୀ ପୁରସ୍କାର ତାଲିକାରେ ଓଡ଼ିଶାର ୪ ଜଣ ମନୋନିତ ହୋଇଛନ୍ତି । ପଦ୍ମଶୀ ପାଇଥିବା ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅଛନ୍ତି ମହିଳା ମାହୁନ୍ତ ଆସମର ପାର୍ବର୍ତୀ ବରୁଆ, ଛତିଶଗଡର ଆଦିବାସୀ କର୍ମୀ ଯାଗେଶ୍ୱର ଯାଦବ ଓ ଝାଡଖଣ୍ଡର ମହିଳା ପରିବେଶବିତ୍ ଚାମି ମୁର୍ମୁ ପ୍ରମୁଖ ସାମିଲ ଅଛନ୍ତି । ମଣିଷ ଓ ହାତୀଙ୍କ ମଧ୍ୟରେ ଚାଲିଥିବା ଲଢେଇକୁ କମ କରିବା ପାଇଁ ପାର୍ବତୀ ବରୁଆ ରାଜ୍ୟ ସରକାରଙ୍କ ସହାୟତା କରିଛନ୍ତି । ଏହାଛଡା ଜଙ୍ଗଲୀ ହାତୀଙ୍କୁ କିଭଳି ଧରାଯାଇପାରିବ ଓ ସେମାନଙ୍କ ସମସ୍ୟାକ ସମାଧାନ କରାଯାଇପାରିବ । ନିଜ ପିତାଙ୍କ ଠାରୁ ସେ ଏହି କୌଶଳ ଶିଖିଥିଲେ । ସେହିଭଳି ୬୭ ବର୍ଷିୟ ଯାଗେଶ୍ୱର ଯାଦବ ଆଦିବାସୀଙ୍କ ଉତଥାନ ପାଇଁ କାମ କରିଛନ୍ତି । ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଆଦିବାସୀଙ୍କ ମଧ୍ୟରେ ନିରରକ୍ଷତା ଦୂର କରିବାକୁ ଉଦ୍ୟମ କରିଛନ୍ତି । କରୋନା ସମୟରେ ଟୀକାକରଣରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ତେବେ ପଦ୍ମ ଉପାଧି ପାଇଥିବା ସମସ୍ତ ପ୍ରତିଭାଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।