୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ: ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୨୪, ୬ ଜଣ ସ୍ଥାନୀୟ ଲୋକ ଚିହ୍ନଟ; ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

Advertisment
୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ: ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୨୪, ୬ ଜଣ ସ୍ଥାନୀୟ ଲୋକ ଚିହ୍ନଟ; ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

କନକ ବ୍ୟୁରୋ: ଆଜି ଆଉ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ୨୧ ଜିଲ୍ଲାରୁ ପୁଣି ୧୩୦ କରୋନା ସଂକ୍ରମଣ ଚିହ୍ନଟ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଶହ ୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଂଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୬ ଜଣ ସ୍ଥାନୀୟ ଲୋକ ହୋଇଥିବା ସୂଚନା । ସେହିଭଳି ନୂଆ ୧୩୦ ଆକ୍ରନ୍ତାଙ୍କ ମଧ୍ୟରେ ଅଛନ୍ତି କୋରାପୁଟରୁ ୬, ଖୋର୍ଧାରୁ ୨୨, ପୁରୀରୁ ୧, ରାୟଗଡାରୁ ୧, ଯାଜପୁରରୁ ୩, ଜଗତସିଂହପୁରରୁ ୧, ଗଜପତିରୁ ୭, ମୟୁରଭଂଜରୁ ୨୨, କଟକରୁ ୨୩, ଅନୁଗୁଳରୁ ୧, ବରଗଡରୁ ୪, ଢେଙ୍କାନାଳରୁ ୨, ବଲାଙ୍ଗିରରୁ ୩, ଭଦ୍ରକରୁ ୪, କେନ୍ଦୁଝରରୁ ୨, କନ୍ଧାମାଳରୁ ୩, କଳାହାଣ୍ଡିରୁ ୩, ଗଂଜାମରୁ ୧୨, ସୁନ୍ଦରଗଡରୁ ୭, ସୋନପୁରରୁ ୧ ଏବଂ କେନ୍ଦ୍ରାପଡାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

publive-image

ସେପଟେ ୬୫ ଜଣ ଆକ୍ରାନ୍ତ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଏହାସହ ରାଜ୍ୟରେ ମୋଟ ୧ ହଜାର ୪୮୧ଜଣ ସୁସ୍ଥ ହୋଇଛନ୍ତି । ଗଂଜାମରୁ ୧୪ଜଣ, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୦ଜଣ ଲେଖାଏଁ ଭଦ୍ରକରୁ ୮ଜଣ ଓ କେନ୍ଦୁଝରରୁ ୭ଜଣ ସୁସ୍ଥ ହୋଇଛନ୍ତି । ଏହାସହ ବଲାଙ୍ଗୀରରୁ ୬ଜଣ, ଖୋର୍ଦ୍ଧାରୁ ୩ଜଣ, ବାଲେଶ୍ୱର ଓ ଯାଜପୁରରୁ ୨ଜଣ ଲେଖାଏଁ ଏବଂ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe