ଜଗତସିଂହପୁରରେ ଆଜି ସର୍ବାଧିକ ୩୩ ଜଣ ପଜିଟିଭ ଚିହ୍ନଟ : ଜିଲ୍ଲାରେ ଶହେ ଟପିଲା ଆକ୍ରାନ୍ତ ସଂଖ୍ୟା; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦କୁ ବୃଦ୍ଧି, ପଶ୍ଚିମବଙ୍ଗ ଲିଙ୍କରୁ ଜିଲ୍ଲାରେ ଆରମ୍ଭ ହୋଇଥିଲା ସଂକ୍ରମଣ 

625

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୩୦କୁ ବୃଦ୍ଧି ହୋଇଛି । ଆଜି ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଆକ୍ରାନ୍ତ ସଂଖ।। ଦେଖିବାକୁ ମିଳିଛି । ଜଗତସିଂହପୁରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ମେ ୭ ତାରିଖରେ । ଆଜି ୩୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଛି । ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛନ୍ତି ୬୨ ଜଣ । ୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଧରକୁ ଫେରିଛନ୍ତି । କରୋନା କାରଣରୁ ଜିଲ୍ଲାରେ କାହାର ଜୀବନ ହାନୀ ହୋଇନାହିଁ । ଜଗତସିଂହପୁର ଜିଲ୍ଲା ପାଇଁ ଚିନ୍ତାର କାରଣ ବନିଛି ନାଉଗାଁ ବ୍ଲକ । କାରଣ କେବଳ ନାଉଗାଁ ବ୍ଲକରୁ ଚିହ୍ନଟ ହେଲେଣି ୫୧ ଜଣ । ଅଧିକାଂଶ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବାରୁ ଚିନ୍ତାର କାରଣ ହୋଇଛି ।ରାଜ୍ୟରେ ଆଜି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ ସଂଗରୋଧ କେନ୍ଦ୍ରର ଓ ୧୩ ଜଣ ସ୍ଥାନୀୟ ଅଂଚଳର । ଜଗତସିଂହପୁରରରୁ ସର୍ବାଧିକ ୩୩ ଜଣ, କଟକରୁ ୨୦ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବରଗଡରୁ ୨ଜଣ, ରାୟଗଡା,ନୟାଗଡ,କଳାହାଣ୍ଡି,ମୟୁରଭଂଜରୁ ୪ ଜଣଲେଖାଁଏ ଓ ଝାରସୁଗୁଡା, ଭଦ୍ରକ,ବଲାଙ୍ଗୀର,କେନ୍ଦ୍ରାପଡା,କୋରାପୁଟ, କେନ୍ଦୁଝର ଓ ବୌଦ୍ଧରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩୨ ଶହ ୫୦ରେ ପହଚିଂଥିବାବେଳେ ସକ୍ରିୟ ସଂକ୍ରମିତ ୧୧ ଶହ ୬ ଜଣ ଅଛନ୍ତି ।