କନକ ବ୍ୟୁରୋ : ବ୍ରେକ ଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ଜୀବନ । ରଥାଯାତ୍ରା ଅବସରରେ ଏଭଳି ଅଭାବନୀୟ ଘଟଣା ଘଟିଛି । କୋରାପୁଟ କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ବ୍ରେକ ଡ୍ୟାନ୍ସ ଖେଳର ମଜା ନେବାକୁ ଯାଇ ବସିଥିଲେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ । ଝୁଲାରେ ବସିଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା ବୋଲି ଜଣାପଡିଛି ।
ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ଆଲଫିଆ ବାନ୍ ଅସୁସ୍ଥ ହେବା ପରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ବୋଲି ଜଣାପଡିଛି । ଏଭଳି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏବେ ସେହି ସ୍ଥାନରେ ଖେଳ ବନ୍ଦ ରହିଛି ।
ବ୍ରେକ ଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ । ଚାଲିଗଲା ୧୩ ବର୍ଷ କୁନି ଝିଅର ଜୀବନ
/kanak/media/post_attachments/wp-content/uploads/2022/07/10-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)