କନକ ବ୍ୟୁରୋ : ସୁନ୍ଦରଗଡ ପୁଲିସକୁ ବଡଧରଣର ସଫଳତା । ୧୩ ଜଣ ଦୁର୍ଦ୍ଦାନ୍ତ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ । ଗତକାଲି ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ସେନା କର୍ମଚାରୀ ଓ ଜଣେ ରାଷ୍ଟ୍ରାୟାର ଉଦ୍ୟୋଗ ଆରଏସପିର କର୍ମଚାରୀ ।
ଗତକାଲି ସୁନ୍ଦରଗଡ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିରମିତ୍ରପୁର ଥାନା ଖୁଖୁଣ୍ଡାବାହାଲ ଜଙ୍ଗଲରେ ଚଢାଉ କରି ଜୋନାଲ କମାଣ୍ଡର ଅର୍ଜୁନ ରାଣାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା । ଏହାସହ ସେମାନଙ୍କ ଠାରୁ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ତେବେ ଖୁବ୍ଶୀଘ୍ର ଅନ୍ୟ ସକ୍ରିୟ ସଦସ୍ୟଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ଏସପି ପିନାକ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-02-16h11m36s870.png)