ମୁମ୍ବାଇର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ : ବିଜୟ ବଲ୍ଲଭ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୧୩ ରୋଗୀ ମୃତ

146

କନକ ବ୍ୟୁରୋ : ମୁମ୍ବାଇ ପାଲଘର ଜିଲ୍ଲା ବିରାର ସ୍ଥିତ ବିଜୟ ବଲ୍ଲଭ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କରୋନା ସଂକ୍ରମଣର ସଂକଟ ଭିତରେ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଅଘଟଣ ସାମ୍ନାକୁ ଆସୁଛି । ବୁଧବାରେ ନାସିକର ଏକ ହସ୍ପିଟାଲରେ ଅକ୍ସିଜେନ ଲିକେଜ ହୋଇ ୨୨ଜଣ ରୋଗୀଙ୍କ ପ୍ରାଣହାନି ହୋଇଥିଲା ।

ଆଉ ଆଜି ବିହାର ସ୍ଥିତ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ୧୩ଜଣ ରୋଗୀଙ୍କ ପ୍ରାଣ ନେଇଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା କୁହାଯାଉଛି । ଅଗ୍ନିଶମ କର୍ମଚାରୀଙ୍କ ସୁଚନା ମୁତାବକ ହସ୍ପିଟାଲ ଆଇସିୟୁରେ ୧୭ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଭୋର ସାଢେ ୩ଟା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଦୀର୍ଘ ଦୁଇ ଘଂଟାର ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଛି ।