କର୍ଫ୍ୟୁ ସମୟରେ ଘର ବାହାରେ ବୁଲୁଥିଲେ ସାବଧାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୧୩ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେନଟାଇନରେ ପଠାଇଲା ପ୍ରଶାସନ

Advertisment
କର୍ଫ୍ୟୁ ସମୟରେ ଘର ବାହାରେ ବୁଲୁଥିଲେ ସାବଧାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୧୩ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେନଟାଇନରେ ପଠାଇଲା ପ୍ରଶାସନ

କନକ ବ୍ୟୁରୋ :ରାଜଧାନୀ ଭୁବନେଶ୍ବରରେ ୯ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି । ସେମାନଙ୍କୁ ପୁଲିସ ୧୪ଦିନ ପାଇଁ କ୍ବାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି। ସଟଡାଉନ ଘୋଷଣା ହୋଇଥିବା ସମୟରେ ଭଦ୍ରକ ସହରରେ ଵୁଲିଵା ଅଭିଯୋଗରେ ୯ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି ।

ସୂଚନାଯୋଗ୍ୟ, କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ସହରକୁ କରାଯାଇଛି ସଟଡାଉନ୍। ରାଜ୍ୟର ରାଜଧାନୀ ଭୁବନେଶ୍ବର, ରାଜ୍ୟର ପୁରାତନ ସହର କଟକ ଏବଂ ଭଦ୍ରକ ସହରରେ ଲାଗୁ ହୋଇଛି ୪୮ ଘଣ୍ଟିଆ ସଟଡାଉନ୍। ଏହି ତିନି ସହରରେ କଡକଡି ଭାବେ ଲୋକଙ୍କୁ ଘରୁ ପାଦ କାଢ଼ିବାକୁ ମନା କରାଯାଇଛି। ରାତି ୮ଟା ପରେ ରାସ୍ତାଘାଟ୍ ହୋଇଯାଇଛି ଶୁନଶାନ, ଜନମାନବ ଶୂନ୍ୟ। ସବୁ ଦୋକାନ ବଜାର ହୋଇଛି ବନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe