ଭୁଲ କଲା ଘରୋଇ ଡାକ୍ତରଖାନା, ଭୋଗିବେ ରୋଗୀ । ଅନୁଗୁଳରୁ ଆସିଲା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ, ଦୃ୍ଷ୍ଟିଶକ୍ତି ହରାଇବା ଆଶଙ୍କାରେ ୧୩ ରୋଗୀ ।

109

କନକ ବ୍ୟୁରୋ : ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ। ଦୃଷ୍ଟିଶକ୍ତି ହରାଇବା ଆଶଙ୍କାରେ ୧୩ ଜଣ ରୋଗୀ। ଅନୁଗୁଳ ଜିଲ୍ଲାର ଏକ ଘରୋଇ ଆଖି ଚିକିତ୍ସାଳୟରେ ୧୩ ଜଣ ରୋଗୀ ଅସ୍ତ୍ରୋପଚାର କରାଇଥିଲେ। ଏମାନେ ସମସ୍ତେ ଅନୁଗୋଳ, ବଅଁରପାଳ ଓ ଆଠମଲ୍ଲିକ ଅଂଚଳର। ଅପରେସନ୍ ପରେ ଡାକ୍ତର ରୋଗୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।

ଅପରେସନର ୨୪ ଘଂଟା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ହେଲେ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା। ସବୁ ରୋଗୀଙ୍କ ନିକଟରେ ସମାନ ଲକ୍ଷଣ ଦେଖାଦେବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଥିଲେ। ୨୩ ତାରିଖରେ ୧୩ ଜଣଙ୍କୁ ବୁର୍ଲାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।